Gopabandhu das biography in oriya language newspaper


ଗୋପବନ୍ଧୁ ଦାସ

ଉତ୍କଳମଣି ପଣ୍ଡିତ


ଗୋପବନ୍ଧୁ ଦାସ

ଗୋପବନ୍ଧୁଙ୍କ ଛବି ଥାଇ ପ୍ରକାଶିତ ୧୯୬୪ମସିହାର ଡାକ ଟିକଟ

ଜନ୍ମ(1877-10-09)୯ ଅକ୍ଟୋବର ୧୮୭୭

ସୁଆଣ୍ଡୋ, ପୁରୀ

ମୃତ୍ୟୁ୧୭ ଜୁନ ୧୯୨୮(1928-06-17) (ବୟସ ୫୦)

ସତ୍ୟବାଦୀ

ସତ୍ୟବାଦୀ
ଜାତୀୟତା ଭାରତୀୟ
ଅନ୍ୟ ନାମସ୍ୱଦେଶହିତୈଷୀ, ପଣ୍ତିତ ଗୋପବନ୍ଧୁ [୧]
ଶିକ୍ଷାଏମ.

Vasily livanov entertain greetings

ଏ , ଏଲ୍. ଏଲ୍. ବି

ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ, କବି,
'ସମାଜ'ର ପ୍ରତିଷ୍ଠାତା
ବୈବାହିକ-ସାଥୀଅପତୀ ଦେବୀ
ପିତାମାତାଦୈତାରି ଦାସ
ସ୍ୱର୍ଣ୍ଣମୟୀ ଦେବୀ

ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

ଜୀବନୀ

ପ୍ରାରମ୍ଭିକ ଜୀବନ

ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ଓଡ଼ିଶାରପୁରୀ ଜିଲ୍ଲାସ୍ଥିତସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ପିଉସୀ କମଳା ଦେବୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ ।

ସ୍କୁଲ

ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଶିକ୍ଷକ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ପରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବାବଦରେ ଜାଣିଥିଲେ । ୧୨ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଓ ତା'ପରେ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି ସେ କଟକରରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ ।

ସମାଜସେବା

ଗୋପବନ୍ଧୁ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନତା ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ ।[୨]

ସତ୍ୟବାଦୀ ବନ ବିଦ୍ୟାଳୟ

ମୂଳ ପ୍ରସଙ୍ଗ: ସତ୍ୟବାଦୀ ବନ ବିଦ୍ୟାଳୟ

ଗୋପବନ୍ଧୁ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ । ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖା ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜ ତଳେ ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ନେଇ ଆରମ୍ଭ ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।[୩] ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟିରେ ବିଦ୍ୟାଳୟ ତରଫରୁ ଚୁଡ଼ା, ଚାଉଳ ଆଦି ପ୍ରପୀଡ଼ିତ ଅଞ୍ଚଳରେ ବଣ୍ଟାଯାଇଥିଲା ।

ଓଡ଼ିଆ ଭାଷା ଆନ୍ଦୋଳନ

ମୂଳ ପ୍ରସଙ୍ଗ: ଓଡ଼ିଆ ଭାଷା ଆନ୍ଦୋଳନ

କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ" । ସେ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ବଢ଼ି ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।

କଲେଜ

ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ତାହାପରେ କଲିକତାରେ ବିଏଲ ପଢ଼ିଲେ । କଲିକତାରୁ ଫେରି ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାରନୀଳଗିରିଠାରେ ଶିକ୍ଷକ ହୋଇଥିଲେ।[୪]

କଲିକତାରେ ଓଡ଼ିଆ ଶ୍ରମିକଙ୍କ ପାଇଁ କାର୍ଯ୍ୟ

କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ ଓଡ଼ିଆ ଶ୍ରମିକ ସଂଘ ଓ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

ପରିବାର

ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେ ସେ ବିଏଲ ପାସ କରିବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସମାଜ ସମ୍ବାଦପତ୍ର

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ ।[୫] ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ସମାଜର ପ୍ରଥମ ସମ୍ପାଦକୀୟରେ ସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନାକରିଥିଲେ । ୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ ।

ସାହିତ୍ୟ ରଚନା

କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲେ । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।[୬] ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ ।

ଲୋକସେବକ ମଣ୍ଡଳରେ ସଦସ୍ୟତା

ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ । ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

ରାଜନୀତିରେ ଅଂଶଗ୍ରହଣ

ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।

ମୃତ୍ୟୁ

୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଏହାପରେ ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ ।

ରଚନାବଳୀ

  • ଅବକାଶ ଚିନ୍ତା (୧୮୯୯)
  • କାରାକବିତା
  • ବନ୍ଦୀର ଆତ୍ମକଥା
  • ଧର୍ମପଦ
  • ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ
  • ଗୋମାହାତ୍ମ୍ୟ
  • ଓଡ଼ିଆର ଜାତୀୟତା (ପ୍ରବନ୍ଧ)

ଆଧାର

ଅଧିକ ତଥ୍ୟ